ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଘରେ ଆଇଟି ରେଡ୍ । ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ। ନବଦାସଙ୍କର ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ବର ଓ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ଆଇଟି ରେଡ୍ କରିଥିବା ଜଣାପଡିଛି। ଆୟକର ଫାଙ୍କିବା ଅଭିଯୋଗରେ ତନାଘନା କରୁଛି ଆୟକର ବିଭାଗ । ବିଭିନ୍ନ ସ୍ଥାନରେ ଚଢ଼ାଉରେ ୨୦ଟି ଟିମ୍ ସାମିଲ ହୋଇଛନ୍ତି। ଝାରସୁଗୁଡ଼ାସ୍ଥିତ ଘର, ଏକ କମ୍ପାନୀ, ଟ୍ରାନ୍ସପୋର୍ଟ କମ୍ପାନୀ, ସମ୍ବଲପୁରର ସ୍ଟକୱାର୍ଡରେ ମଧ୍ୟ ରେଡ କରାଯାଉଥିବା ସୂଚନା ମିଳିଛି। ଭୁବନେଶ୍ୱରର ବମିଖାଲସ୍ଥିତ ଘରେ ଏବଂ ଦିଲ୍ଲୀରେ ଥିବା ଅଫିସ ଉପରେ ମଧ୍ୟ ରେଡ଼ ଚାଲିଛି। କୋଟି କୋଟି ଆୟକର ଫାଙ୍କିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି। ଅନ୍ୟପଟେ ସୁନ୍ଦରଗଡ଼ରେ ନବଙ୍କ ସହଯୋଗୀ ଘରେ ବି ଚଢାଉ କରାଯାଇଥିବା ସୂଚନା ମିଳିଛି । ନବ ଦାସଙ୍କ ବ୍ୟବସାୟିକ ସହଯୋଗୀ ସଂଜୟ ନନ୍ଦଙ୍କ ଘରେ ରେଡ୍ କରାଯାଇଛି । ସୁନ୍ଦରଗଡ଼ର କୋଇଲା ବ୍ୟବସାୟୀ ହେଉଛନ୍ତି ସଂଜୟ ନନ୍ଦ । Post navigation ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋହନ ମାଝୀ, ଧର୍ମେନ୍ଦ୍ର ପ୍ରଧାନ ଜୁନ୍ ୨୪ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା