ପୁଣି ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ର ଶ୍ରୀହରିକୋଟାରୁ ହେଲା ବିଶ୍ୱର ସବୁଠାରୁ ମହଙ୍ଗା ଉପଗ୍ରହ ‘ନିସାର’ର ସଫଳ ଉତ୍କ୍ଷେପଣ । ନାସା ସହ ମିଶି ସାଟେଲାଇଟ୍ ପ୍ରସ୍ତୁତ କରିଛି ଇସ୍ରୋ । ଜିଏସ୍ଏଲଭି-ଏଫ୍୧୬ ରକେଟ୍ ଦ୍ୱାରା ସାଟେଲାଇଟ୍ ‘ନିସାର’ ର ଉତ୍କ୍ଷେପଣ କରାଗଲା । ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ ପୃଥିବୀର ଚକ୍କର କାଟିବ ଏହି ସାଟେଲାଇଟ୍ । ୧୨ ଦିନରେ ୧,୨୭୩ର ପୃଥିବୀର ଚକ୍କର କାଟି ପୃଥିବୀର କୋଣ ଅନୁକୋଣର ମ୍ୟାପ୍ ପଠାଇବ ନିସାର ସାଟେଲାଇଟ୍ । ପ୍ରାୟ ୧.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଏହି ଉପଗ୍ରହ ବିଶ୍ୱର ସବୁଠାରୁ ମହଙ୍ଗା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ । ଇସ୍ରୋ ଏହି ସାଟେଲାଇଟ୍ ପାଇଁ ୪୬୯.୪ କୋଟି ଟଙ୍କା ପ୍ରଦାନ କରିଛି । Post navigation ଭାରତ ଉପରେ ୨୫% ଟାରିଫ୍ ଲଗାଇଲା ଆମେରିକା ଅଗଷ୍ଟ ୨ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା