ଇତିହାସ ରଚିଲା ଇସ୍ରୋ । ଆର୍ଥ ଅବଜରଭେସନ୍ ସାଟେଲାଇଟ୍ EOS-୦୮ର ସଫଳ ଉତକ୍ଷେପଣ । ଗ୍ଲୋବାଲ ନାବିଗେସନ୍ ସାଟେଲାଇଟ୍ ସିଷ୍ଟମ ଶ୍ରୀହରିକୋଟା ଶତୀଶ ଧଓ୍ୱନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ । ଇସ୍ରୋ ୧୬ ଅଗଷ୍ଟ ସକାଳ ୯ ଟା ୧୭ ସମୟରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏସଏସଏଲଭି-ଡିଥ୍ରୀ ରକେଟ୍ ଜରିଆରେ ଆର୍ଥ ଅବଜରବେସନ ସାଟେଲାଇଟ୍-୮ର ସଫଳ ଉତକ୍ଷେପଣ ହୋଇଛି । ଏହି ଦୁଇଟି ଉପଗ୍ରହ ପୃଥିବୀଠାରୁ ୪୭୫ କିଲୋମିଟର ଉଚ୍ଚରେ ଅବସ୍ଥିତ ଏକ ବୃତ୍ତାକାର କକ୍ଷପଥରେ ସ୍ଥାପିତ ହେବ ।ଏସଏସଏଲଭି-ଡିଥ୍ରୀ ରକେଟ ଜରିଆରେ ମହାକାଶକୁ ଗଲା ସାଟେଲାଇଟ୍ ପୃଥିବୀ ଚାରିପଟେ ଘୁରି ପରିବେଶ ଉପରେ ରଖିବ ନଜର ।

ଆର୍ଥ ଅବଜରଭେସନ୍ ସାଟେଲାଇଟ୍, ଯାହାର ଉଦ୍ଦେଶ୍ୟ ହେଉଛି ପୃଥିବୀ ପୃଷ୍ଠ ଉପରେ ନଜର ରଖିବା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା । ଏହା କୃଷି, ବନ୍ୟଜନ୍ତୁ ମନିଟରିଂ, ଜଳ ସମ୍ପଦ ପରିଚାଳନା ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *