ଶୁକ୍ରବାର ଦିନ ଓଡ଼ିଶାରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି । କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ବଦଳି କରାଯାଇଛି । ଜଗମୋହନ ମୀନାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ନିଯୁକ୍ତି ମିଳିଛି । ସେହିପରି ଭୁବନେଶ୍ୱରର ଡିସିପି ରହିଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଜି ଭାବେ ନିଯୁକ୍ତି ମିଳିଛି । ଅଙ୍କିତ କୁମାର ବର୍ମାଙ୍କୁ ଭୁବନେଶ୍ୱରର ଅତିରିକ୍ତ ଡିସିପି ଭାବେ ନିଯୁକ୍ତି ମିଳିଛି । ନରସିଂହ ଭୋଳ ହେଲେ ଅତିରିକ୍ତ ପୋଲିସ କମିଶନର । ଏହା ବ୍ୟତୀତ ରାଜ୍ୟ ମାନବାଧିକାର କମିଶନର ସ୍ୱତନ୍ତ୍ର ଡିଜି ଭାବେ ଏସ୍.ଏମ୍. ନରୱାଣେ ଙ୍କୁ ଦାୟିତ୍ୱ ମିଳିଥିବାବେଳେ ଅତିରିକ୍ତ ପୋଲିସ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ୱ ଦିଆଯାଇଛି । Post navigation ନଡ୍ଡାଙ୍କ ଓଡିଶା ଗସ୍ତ ସରକାରୀ ଥିଲା କହିଲେ ମନମୋହନ ସାମଲ ନବ ଦାସ ହତ୍ୟା ମାମଲାରେ ଦୀପାଳି ଓ ବିଶାଳଙ୍କୁ କ୍ରାଇମ୍ବ୍ରାଞ୍ଚର ନୋଟିସ୍