ଦିନକୁ ଦିନ ଟୁଇନସିଟିରେ ଥିବା ଆପାର୍ଟମେଣ୍ଟରେ ବଢ଼ିବାରେ ଲାଗିଛି ଚୋରି ମାମଲା । ଏହାକୁ ରୋକିବା ପାଇଁ ସମସ୍ତ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ଦ୍ବାରରେ ଏଣିକି ଲାଗିବ କ୍ୟାମେରା । ଏବେ ଆପାର୍ଟମେଣ୍ଟକୁ ଜଗିବ କ୍ୟାମେରା । ଟୁଇନସିଟିର ସମସ୍ତ ଆପାର୍ଟମେଣ୍ଟରେ ଇଣ୍ଟରନେଟ୍ ପ୍ରୋଟୋକଲ୍ (ଆଇପି) କ୍ୟାମେରା ଲାଗିବ । ଆପାର୍ଟମେଣ୍ଟର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରରେ ଏହି କ୍ୟାମେରା ଲଗାଇବାକୁ କମିଶନରେଟ୍ ପୁଲିସ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ. ଦେବଦତ୍ତ ସିଂ ।

ପୁଲିସ କମିଶନର ଏସ. ଦେବଦତ୍ତ ସିଂ. କହିଛନ୍ତି ୨୦୨୪ରେ ଟୁଇନ୍‌ ସିଟିରେ ଆପାର୍ଟମେଣ୍ଟରୁ ୬୫ଟି ଚୋରି ଅଭିଯୋଗ ହୋଇଛି । ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨୯ ଜଣଙ୍କୁ ଗିରଫ କରାଯାଇଛି । ଦିନକୁ ଦିନ ହେଉଥିବା ଚୋରିକୁ ରୋକିବାକୁ ଆଇପି ଯୁକ୍ତ କ୍ୟାମେରା ଲଗାଇବାକୁ ଆପାର୍ଟମେଣ୍ଟର ଆସୋସିଏସନକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ଆପାର୍ଟମେଣ୍ଟରେ ପ୍ରସ୍ଥାନ ଓ ପ୍ରବେଶ ପଥରେ ଆଇପି କ୍ୟାମେରା ଲଗାଇବେ ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ । ଏହାର ସମସ୍ତ ତଥ୍ୟ କମିଶନରେଟ୍ ପୋଲିସର କଣ୍ଟ୍ରୋଲ୍ ରୁମ୍‌କୁ ଦେବେ । ଏହା ଦ୍ୱାରା ଆଇପି କ୍ୟାମେରା ତଥ୍ୟ କମିଶନରେଟ୍‌ ପୋଲିସ ପାଖରେ ରହିବ। ଆଉ ଏଥିପାଇଁ ଜଣେ ଏସିପିଙ୍କୁ କ୍ୟାମେରା ତଥ୍ୟ ଜଣାଇବାକୁ ନିର୍ଦ୍ଧାରିତ କରାଯାଇଛି। ଫଳରେ ଚୋରି ମାମଲା ରୋକାଯାଇ ପାରିବ ବୋଲି ଶ୍ରୀ ସିଂ କହିଛନ୍ତି ।

ଏହା ସହ ଏହି ସଂପର୍କରେ ଅଧିକ ମତାମତ ଦେବାକୁ କମିଶନରେଟ୍ ପୁଲିସ ପକ୍ଷରୁ ହ୍ୱାଟସ୍ ଆପ୍ ନମ୍ବର (୭୦୭୭୭୯୮୧୧୧) ମଧ୍ୟ ଜାରି କରାଯାଇଛି । ଜନ ସାଧାରଣ ମଧ୍ୟ ନିଜର ସୁଚିନ୍ତିତ ମତାମତ ଦେଇ ପାରିବେ ।

Leave a Reply

Your email address will not be published. Required fields are marked *