ଭଦ୍ରକ ଗୋଷ୍ଠୀ ସଂଘର୍ଷ ପାଇଁ ଉତ୍ତେଜନା ଲାଗି ରହିଛି । ଏବେ ପୁଣି ଥରେ ୧୨ ଘଣ୍ଟା ଇଣ୍ଟରନେଟ୍ ବନ୍ଦ । ଭଦ୍ରକ ଜିଲ୍ଲାର ପୌରାଞ୍ଚଳ,ତିହିଡ଼ି ବ୍ଲକ୍ ଅଞ୍ଚଳରେ ସେବା ବନ୍ଦ ରହିଛି । ଧାମନଗର ବ୍ଲକ୍ ଓ NAC ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।  ଗୋଷ୍ଠୀ ସଂଘର୍ଷ ପାଇଁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଥିସହ ୪୫ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ସୂଚନା ଯୋଗ୍ୟ; ଗୋ ଚାଲାଣକୁ ବିରୋଧ କରିବା ବେଳେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଆକ୍ରମଣରେ ଯୁବକ ମୃତ ହୋଇଥିଲା । ଆକ୍ରମଣର ୧୩ ଦିନ ଧରି ମେଡିକାଲରେ ଜୀବନ ସହ ସଂଘର୍ଷ କରି ଶେଷରେ ମୃତ୍ୟୁ ବରଣ କରିଥିଲେ । ଯୁବକଙ୍କ ମୃତ୍ୟୁ ପରେ କିଛି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ କଟକଣା ଜାରି ହୋଇଛି।

Leave a Reply

Your email address will not be published. Required fields are marked *