ଆଜିଠୁ ଆରମ୍ଭ ହୋଇଯାଇଛି ଓଡ଼ିଶା ବିଧାନସଭାରେ ବଜେଟ ଅଧିବେଶନ । ବଜେଟ ଅଧିବେଶନ ସମୟରେ ଗୃହରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ଆଣିଛି ବିଜେଡି । ଅଭିଯୋଗ ଅନୁସାରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗୃହରେ ବକ୍ତବ୍ୟ ରଖିବା ବେଳେ ତାଙ୍କ ମାଇକ୍ ଓ କ୍ୟାମେରା ବନ୍ଦ କରାଯାଇଥିବା ବେଳେ କାହିଁକି ମାଇକ ଓ କ୍ଯାମେରା ବନ୍ଦ କରାଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ ।

ଅନ୍ୟପଟେ ସେହିପରି ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଗୃହରେ ସମସ୍ତଙ୍କୁ କହିବାର ଅଧିକାର ଅଛି । ମାଇକ୍ ବନ୍ଦ କରି ଦେବା ଉଚିତ ହୋଇନାହିଁ । ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କ କର୍ତ୍ତବ୍ୟ କରୁଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଲଢୁଛନ୍ତି । ବିରୋଧୀଦଳଙ୍କୁ ଅପମାନ କରିବା ଏକ ନିନ୍ଦନୀୟ ଘଟଣା ।

Leave a Reply

Your email address will not be published. Required fields are marked *