ବ୍ରିସବେନର ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ ଡ୍ର’ ହୋଇଛି। ଲଗାଣ ବର୍ଷା ସାଜିଲା ବାଧକ। ପଞ୍ଚମ ଦିନରେ ଖରାପ ଲାଇଟ୍ ଏବଂ ବର୍ଷା ଯୋଗୁ ମ୍ୟାଚକୁ ଅମ୍ପାୟାର ଡ୍ର’ ଘୋଷଣା କରିଛନ୍ତି । ଶେଷ ଦିନରେ ଭାରତୀୟ ଦଳକୁ ୨୭୫ ରନର ଟାର୍ଗେଟ ମିଳିଥିଲା। ତେବେ ଭାରତ ୮ ରନ୍ କରିବା ପରେ ବର୍ଷା ଆସିଥିଲା । ପରେ ବର୍ଷା ଜାରି ରହିବାକୁ ବ୍ରିସବେନ୍ ଟେଷ୍ଟ ଡ୍ର’ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ଏହି ଟେଷ୍ଟରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ଘରୋଇ ଦଳ ପ୍ରଥମ ପାଳିରେ ୪୪୫ ରନ୍‌ କରିଥିଲା। ଦ୍ବିତୀୟ ପାଳିରେ ୭ ୱିକେଟ୍‌ ବିନିମୟରେ ୮୯ ରନ୍‌ ସଂଗ୍ରହ ସହ ପାଳି ଘୋଷଣା କରିଥିଲା। ଭାରତ ପ୍ରଥମ ପାଳିରେ ୨୬୦ ରନ୍‌ ସଂଗ୍ରହ କରିଥିଲା। ଭାରତକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୭୫ ରନ୍‌ର ଲକ୍ଷ୍ୟ ମିଳଥିଲା। ଦ୍ବିତୀୟ ପାଳିରେ ଭାରତ ୮ ରନ୍‌ ସଂଗ୍ରହ କରିଥିଲା। ଏହା ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ୍‌ ଖେଳାଯିବାର ସ୍ଥିତି ନଥିବାରୁ ବନ୍ଦ କରାଯାଇଥିଲା। ଫଳରେ ଏହି ମ୍ୟାଚ୍‌ ଡ୍ର’ ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *