ଆସନ୍ତାକାଲି ଆକାଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିବ। ଆକାଶରେ ଦେଖିବା ପାଇଁ ମିଳିବ କଳା ଜହ୍ନ । ଆସନ୍ତାକାଲି ଭୋର୍ ଅର୍ଥାତ ୩୧ ଡିସେମ୍ବର ସକାଳ ପ୍ରାୟ ୪ଟା ସମୟରେ ଦେଖିବାକୁ ମିଳିବ କଳା ଜହ୍ନ । ଏସିଆ, ଆଫ୍ରିକା ଏବଂ ୟୁରୋପ ମହାକାଶରେ କଳା ଜହ୍ନ ଦୃଶ୍ୟମାନ ହେବ । ଆସନ୍ତାକାଲି ଭାରତରେ ମଧ୍ୟ କଳା ଜହ୍ନ ଦୃଶ୍ୟମାନ ହେବା ନେଇ ସୂଚନା ରହିଛି । ମିଡିଆ ରିପୋର୍ଟ ଅନୁସାରେ, କଳା ଚନ୍ଦ୍ରର ଅର୍ଥ ନୁହେଁ ଯେ ଚନ୍ଦ୍ରର ରଙ୍ଗ କଳା ହୋଇଯିବ । ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ । ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । Post navigation ଇତିହାସ ରଚିବ ଇସ୍ରୋ; ସ୍ପେସ୍ ଷ୍ଟେସନ ପ୍ରତିଷ୍ଠା ଦିଗରେ ହେବ ଅଗ୍ରସର ‘ସ୍ପେଡେକ୍ସ’ର ସଫଳ ଉତକ୍ଷେପଣ; ଶ୍ରୀହରିକୋଟାରୁ ଉତକ୍ଷେପଣ କଲା ଇସ୍ରୋ