ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଆଜି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଦଳ ଘୋଷଣା କରିଛି । ଶୁବମନ ଗିଲଙ୍କୁ ଦଳର ନୂତନ ଅଧିନାୟକ ନିଯୁକ୍ତ କରିଛି ବିସିସିଆଇ । ଶ୍ରେୟସ ଆୟରଙ୍କୁ ଭାରତର ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ରୋହିତ ଶର୍ମାଙ୍କ ସ୍ଥାନରେ ଶୁବମନ ନେତୃତ୍ୱ ନେବେ । ତେବେ ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ଆହତ କାରଣରୁ ରିଷଭ ପନ୍ତ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ଦିନିକିଆରେ ଜଶପ୍ରୀତ ବୁମରାଙ୍କୁ ମଧ୍ୟ ସ୍ଥାନ ମିଳିନି । ଅଷ୍ଟ୍ରେଲିଆ ସହ ଅକ୍ଟୋବର ୧୯ରୁ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳିବ ଭାରତ । ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆ: ଶୁବମନ ଗିଲ (ଅଧିନାୟକ), ଶ୍ରେୟସ ଆୟର (ଉପ-ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଅକ୍ଷର ପଟେଲ, କେଏଲ ରାହୁଲ (ଉଇକେଟକିପର), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଧ୍ରୁବ ଜୁରେଲ (ଉଇକେଟକିପର), ଏବଂ ଯଶସ୍ୱୀ ଜୟସୱାଲ । ସେହିପରି ଟି-୨୦ ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ୱ ତୁଲାଇବେ ଓ ଶୁବମନ ଗିଲ୍ ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ୍ (ଉପଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ କିପର), ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ, ରିଙ୍କୁ ସିଂ, ୱାଂଶିଟନ ସୁନ୍ଦର । Post navigation ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୪୦ ରନରେ ହରାଇଲା ଭାରତ