ଇଂଲଣ୍ଡକୁ ହରାଇ ଟି-୨୦ ବିଶ୍ବକପ୍ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡକୁ ୬୮ ରନ୍ରେ ହରାଇଲା ଭାରତ। ଚଳିତ ବିଶ୍ୱକପରେ ଭାରତର ଏହା ସର୍ବଶେଷ୍ଠ ପ୍ରଦର୍ଶନ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ପରାସ୍ତ କରିଛି ଭାରତୀୟ ଟିମ୍। ୨୯ ରେ ବାରବାଡୋସରେ ଦକ୍ଷିଣ ଆଫ୍ରିକା ସହିତ ଟାଇଟଲ୍ ପାଇଁ ଲଢେଇ କରିବ। ଏହି ବିଜୟ ସହ ଭାରତ ୧୦ବର୍ଷ ପରେ ଟି-୨୦ ବିଶ୍ବକପ୍ ଫାଇନାଲରେ ପହଞ୍ଚିଛି। ୨୦୧୪ରେ ଭାରତ ଶେଷଥର ପାଇଁ ଏହି ଫର୍ମାଟ୍ ବିଶ୍ବକପ୍ ଫାଇନାଲ୍ ଖେଳିଥିଲା। ଅପରାଜିତ ଭାରତ ଜୁନ୍ ୨୯ରେ ଫାଇନାଲରେ ଅପରାଜିତ ଦକ୍ଷିଣ ଆଫ୍ରିକା ଦଳକୁ ଭେଟିବ। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଟସ ହାରି ବ୍ୟାଟିଂ ପାଇଁ ଡାକରା ପାଇ ଭାରତ ୨୦ ଓଭରରେ ମୋଟ ୧୭୧ ରନ୍ କରିଥିଲା। ୧୭୨ ରନର ବିଜୟ ଲକ୍ଷ୍ଯକୁ ପିଛା କରି ୧୦୩ ରନରେ ଅଲଆଉଟ୍ ହୋଇଗଲା ଇଂଲଣ୍ଡ । Post navigation ରାସ୍ତା ମଝିରେ ଜଳିଗଲା ମୋ ବସ୍ ବର୍ଷା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି