india-destroyed-3-pakistans-air-base
ଅପରେସନ୍‌ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ସୀମାରେ ଚାଲିଛି ଘମାଘଟ୍‌ ଲଢ଼େଇ । ପାକ୍‌ ସେନାକୁ କଡା ଜବାବ ଦେଉଛି ଭାରତୀୟ ସେନା ।
 
ମଧ୍ୟରାତ୍ରିରେ ପାକିସ୍ତାନରେ ବଡ଼ ଧରଣର ଆକ୍ରମଣ କରି ୩ଟି ଏୟାରବେସ୍ ଧ୍ୱଂସ କରିଛି ଭାରତ ।
 
ଭାରତୀୟ ସେନା ପାକିସ୍ତାନ ର ୪ଟି ଏୟାରବେସ୍ ଉପରେ ୬ଟି ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଥିବାବେଳେ ଲାହୋର, ସିୟାଲକୋଟ ଓ କରାଚି ଏୟାରବେସ୍ ଧ୍ୱଂସ ହୋଇଥିବା ସୂଚନା ମିଳିଛି । ସେହିପରି ପଞ୍ଜାବପ୍ରାନ୍ତର ସିୟାଲକୋଟ ସ୍ଥିତ ନୁର ଖାନ, ରଫିକି ଏୟାରବେସ୍‌ରେ ଏବଂ ଚକବାଲ୍‌ର ମୁରିଦ ଏୟାରବେସ୍ ପାଖରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ନୁରଖାନ ଏୟାରବେସ୍‌ରେ ପାକ୍ ବାୟୁସେନାର IL-78 ଯୁଦ୍ଧ ବିମାନ ଥିଲା ।
 
ବଡ଼ଧରଣର ବିସ୍ଫୋରଣ ପରେ ଦିନ ୧୨ ଟା ଯାଏଁ ୩ ଟି ଏୟାରବେସ୍ ବନ୍ଦ କରିଛି ପାକିସ୍ତାନ । ଇସ୍‌ଲାମାବାଦ, ଲାହୋର, ସିୟାଲକୋଟ, କରାଚୀ ବିମାନବନ୍ଦର ସହ ସମସ୍ତ ଉଡ଼ାଣ ବନ୍ଦ କରିଛି ପାକିସ୍ତାନ ।

By Nirvay

Leave a Reply

Your email address will not be published. Required fields are marked *