ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପୁରୁଷ ଟି୨୦ ବିଶ୍ୱକପ୍-୨୦୨୬ର ସୁପର-୮ ମୁକାବିଲାରେ ଜିମ୍ବାୱେକୁ ଭାରତ ୭୨ ରନ୍ରେ ପରାସ୍ତ କରିଛି । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୪ଟି ୱିକେଟ୍ ହରାଇ ୨୫୬ ରନ୍ ସଂଗ୍ରହ କରିଥିଲା । ଟି-୨୦ ବିଶ୍ୱକପ୍-୨୦୨୬ ରେ ଏହା ହେଉଛି ସର୍ବାଧିକ ସ୍କୋର । ୨୫୭ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଜିମ୍ବାୱେ ୬ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରି ପାରିଥିଲା । ଜିମ୍ବାୱେ ପାଇଁ ବ୍ରାଏନ୍ ବେନ୍ନେଟ ୫୯ଟି ବଲ୍ ସାମ୍ନା କରି ୯୭ ରନ୍ ସଂଗ୍ରହ କରିଥିଲେ । ଭାରତୀୟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୦ ରନ୍ ସଂଗ୍ରହ କରିଥିବାବେଳେ ଅଭିଷେକ ଶର୍ମା ୫୫ ରନ୍, ତିଲକ ବର୍ମା ଅପରାଜିତ ୪୪ ରନ୍ ସଂଗ୍ରହ କରିଥିଲେ । ସେଇଭଳି ଭାରତୀୟ ବୋଲର ଅର୍ଶଦୀପ ସିଂହ ୩ଟି ୱିକେଟ୍ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଏବଂ ଶିଭମ ଦୁବେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । Post navigation India – Israel Joint Statement: ଭାରତ – ଇସ୍ରାଏଲ ମିଳିତ ବିବୃତି