India beat South Africa to win ODI series 2-1
ବିଶାଖାପାଟଣାରେ ଶନିବାର ଖେଳାଯାଉଥିବା ତୃତୀୟ ଦିନିକିଆରେ (IND Vs SA) ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଏହି ସିରିଜକୁ ୨-୧ ରେ ଜିତିନେଇଛି ।
 
ଗୋଟିଏ ୱିକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଏକମାତ୍ର ୱିକେଟ ଭାବେ ରୋହିତ ଶର୍ମା ୭୫ ରନ୍ କରି ଆଉଟ ହୋଇଥିଲେ । ଆଜିର ମ୍ୟାଚରେ ଶତକୀୟ ପାରି ଖେଳିଥିଲେ ଜୈସୱାଲ । ସେ ୧୨୧ ବଲ ଖେଳି ୧୧୬ ରନ୍ କରିଥିଲେ । ବିରାଟଙ୍କ ବ୍ୟାଟରୁ ଧୂଆଁଧାର ୬୫ ରନ୍ ବାହାରିଥିଲା । ମାତ୍ର ୪୫ ବଲର ସାମ୍ନା କରି ବିରାଟ ୬୫ ରନ୍ କରିଥିଲେ ।
 
ଭାରତ ଆଗରେ ବିଜୟ ପାଇଁ ୨୭୧ ରନର ଲକ୍ଷ୍ୟ ଥିବାବେଳେ ଭାରତ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ୱୀ ଜୈସୱାଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ।ଏହି ସିରିଜରେ ୨ ଟି ଶତକ ସହ ୩୦୨ ରନ କରିଥିବା ବିରାଟ କୋହଲିଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ଭାବେ ଚୟନ କରାଯାଇଥିବାବେଳେ ଯଶସ୍ୱୀ ଜୈସୱାଲଙ୍କୁ ମ୍ୟାନ ଅଫ ଦ ମେଚ ପ୍ରଦାନ କରାଯାଇଛି

By Nirvay

Leave a Reply

Your email address will not be published. Required fields are marked *