ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ପ୍ରଥମ ଟସ୍ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନ୍ କରି ଅଲଆଉଟ ହୋଇଛି । ଏବେ ଭାରତକୁ ଜିତିବା ପାଇଁ ଅଷ୍ଟ୍ରେଲିଆ ୨୬୫ ରନ୍ ଲକ୍ଷ୍ୟ ଦେଇଛି।

ଷ୍ଟିଭ୍ ସ୍ମିଥ୍ ଏବଂ ଆଲେକ୍ସ କେରି ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦୁହେଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ଷ୍ଟିଭ୍ ସ୍ମିଥ୍ ୭୩ ରନ କରିଥିବା ବେଳେ ଆଲେକ୍ସ କେରି ୬୧ ରନର ଏକ ଚମତ୍କାର ପାଳି ଖେଳିଛନ୍ତି।

ସେହିପରି ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ସଫଳତା ପାଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଓ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Leave a Reply

Your email address will not be published. Required fields are marked *