କେଉଁ ମୁହଁରେ ରାଜ୍ୟ ମାନ୍ୟତା ମାଗିବି । ଆଜି ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ଏହି ପରି କହିଛନ୍ତି ଜାମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ସେ କହିଛନ୍ତି ଏବେ ଜାମ୍ମୁ-କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା ଦାବି ସମୟ ନୁହେଁ । ରାଜ୍ୟ ମାନ୍ୟତା ଫେରିବା ଦାବିରୁ ଓହରି ନାହୁଁ, ମାତ୍ର ଏବେ ନୁହେଁ । ଯଦି ମୁଁ ଶସ୍ତା ରାଜନୀତି କରିଥାନ୍ତି ତାହେଲେ ଏପରି ଦାବି କରିପାରନ୍ତି । ପହଲଗାମ୍ ଘଟଣା ପରେ କେଉଁ ମୁହଁରେ ମୁଁ ରାଜ୍ୟ ମାନ୍ୟତା ମାଗିବି । ଅତୀତରେ ରାଜ୍ୟ ମାନ୍ୟତା ମାଗିଛି, ଭବିଷ୍ୟତରେ ମାଗିବି, ଏବେ ନୁହେଁ । ହମଲାକୁ କଡା ଭାଷାରେ ନିନ୍ଦା କରିଛନ୍ତି ଓମାର ଅବଦୁଲ୍ଲା କହିଛନ୍ତି ଆତଙ୍କୀ ଆକ୍ରମଣରେ ମୃତାହତଙ୍କ ପରିବାରକୁ କେଉଁ ଭାଷାରେ କ୍ଷମା ମାଗିବି ଭାଷା ପାଉନି । ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଭାବରେ, ଆମେ ଲୋକମାନଙ୍କୁ ଏଠାକୁ ଆସିବାକୁ ନିମନ୍ତ୍ରଣ କରିଥିଲୁ । ଆବାହକ ଭାବରେ, ସମସ୍ତଙ୍କୁ ଏଠାରୁ ସୁରକ୍ଷିତ ଭାବରେ ପଠାଇବା ମୋର ଦାୟିତ୍ୱ ଥିଲା । ପଠାଇପାରିଲି ନାହିଁ । ପହଲଗାଓଁ ଆକ୍ରମଣ ଭାରତ ଉପରେ ଆକ୍ରମଣ। ଏହି ଆକ୍ରମଣକୁ ନିନ୍ଦା କରିବା ଲାଗି ଭାଷା ନାହିଁ। ଦୀର୍ଘ ବର୍ଷ ପରେ ଏପରି ବଡ଼ ଆକ୍ରମଣ କରାଯାଇଛି ଯାହାକି ନିନ୍ଦନୀୟ। Post navigation ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଲୋଚନା ନବ ଦାସ ମାମଲାରେ ଖୁବ୍ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ: କ୍ରାଇମ୍ବ୍ରାଞ୍ଚ୍ ଡିଜି