ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି IIMର ନୂଆ କ୍ୟାମ୍ପସର ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମେ ସେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ମୋଦିଙ୍କ ବିମାନ ଅବତରଣ କରିଥିଲା। ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୋଦି ଅପରାହ୍ନ ୧ଟା ୪୫ ମିନିଟ୍‌ରେ ସମ୍ବଲପୁରସ୍ଥିତ IIM କ୍ୟାମ୍ପସ୍‌ରେ ସେ ଅବତରଣ କରିଥିଲେ।

ସେଠାରେ ସେ ୪୦୦ କୋଟିର ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡ଼ୁ, ସ୍ଥାନୀୟ ସାଂସଦ, ଓ ଅନ୍ୟ କିଛି ଅତିଥି ଯୋଗ ଦେଇଛନ୍ତି ।

IIM ସଭାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସଭାରେ ମୋଦୀ ସରକାରଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ‘IIMର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା’। ସେ କହିଛନ୍ତି ଯେ କିଛି ବର୍ଷ ଧରି ଭଲ ଗ୍ରାଜୁଏଟ ନିର୍ମାଣ କରୁଛି IIM ସମ୍ବଲପୁର। ସେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୋଦୀଙ୍କ ଦ୍ବାରା ଉଦ୍ଘାଟନ ହୋଇଥିବା iim କ୍ୟାମ୍ପସକୁ ନେଇ ଖୁସି ଅନୁଭବ କରିଥିଲେ। ସେ କହିଥିଲେ ଯେ ପୂର୍ବ ଭାରତର ବିକାଶକୁ ଗୁରୁତ୍ବ ଦେଇଛନ୍ତି ମୋଦି। ପୂର୍ବରୁ ‘IIM କ୍ୟାମ୍ପସର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ କିନ୍ତୁ ଆଜି IIM କ୍ୟାମ୍ପସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *