ବିରୋଧୀ ଦଳ ନେତା ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବ ସରକାରରେ ଥାନାଧିକାରୀ ଅତି କଠୋର ବ୍ୟବହାର କରିଥିଲେ। ବିରୋଧୀ ଦଳ ନେତା ଭାବେ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିବା କହିଲେ। ଆଇଆଇସି ଅଭିଯୋଗ ଶୁଣିବା ପୂର୍ବରୁ ଥାନାକୁ ଆସିବାର ଅଧିକାର ନାହିଁ ବୋଲି କହିଥିଲେ। ଆମ ଥାନାକୁ କାହିଁକି ଆସିଛ ବୋଲି କହି ଆଇଆଇସି ଗେଟ୍ ଆଉଟ୍‌ କହିଥିଲେ। ଆମ ସରକାର ଆସିବାର ଏକ ମାସ ପୂର୍ବରୁ ଏପରି ସ୍ଥିତି ହୋଇଥିଲା ମୁଖ୍ୟମନ୍ତ୍ରୀ ହେବା ପରେ ଥାନାକୁ ଯାଇଥିଲି, ଆଇଆସିଙ୍କ ଅବସ୍ଥା କଣ ଥିବ। କାହା ଚାପରେ କିମ୍ବା ଅଜ୍ଞାନରେ ଏମିତି କରିଥିବେ ଭାବି କ୍ଷମା ଦେଲି। ଥାନାକୁ ଯାଉଥିବା ଲୋକଙ୍କୁ ଉଚିତ ବ୍ୟବହାର କର, ତାଙ୍କ କଥା ଶୁଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *