ବଢ଼ିଲା ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡ଼କରଙ୍କ ଅଡୁଆ । ଦିନକୁ ଦିନ ବଢିବାରେ ଲାଗିଛି ମହାରାଷ୍ଟ୍ରର ଚର୍ଚ୍ଚିତ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡ଼କରଙ୍କ ମୁସ୍କିଲ । ବିବାଦ ତାଙ୍କ ପିଛା ଛାଡ଼ିବାର ନାଁ ନେଉନି । ପୂଜା ଖେଡ଼କର ବିବାଦ ଭିତରେ ଥିବା ବେଳେ ଏବେ ତାଙ୍କ ବାପା ମାଆଙ୍କ ନାଁରେ ପଉଡ ଥାନାରେ ମାମଲା ରୁଜୁ କଲା ପୁନେ ଗ୍ରାମାଞ୍ଚଳ ପୋଲିସ । ଜଣେ ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିବା ସୂଚନା । ପୂଜାଙ୍କ ମାଆ ବନ୍ଧୁକ ଦେଖାଇ ଧମକାଇଥିବା ଅଭିଯୋଗ ପରେ ମାମଲା ରୁଜୁ । ପୂଜାଙ୍କ ବାପା ମାଆଙ୍କ ସହ ଆଉ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ।

ପୂଜା ଖେଡେକରଙ୍କ ମା ମନୋରମା ଖେଡ଼କର ବନ୍ଧୁକ ମୁନରେ ଜଣେ ଚାଷୀଙ୍କୁ ଧମକାଇଛନ୍ତି । ଭୟ ଦେଖାଇ ଗାଳିଗୁଳଜ କରୁଛନ୍ତି । ତେବେ ପୂଜାଙ୍କ ନାଁରେ ଜାଲ ପ୍ରମାଣପତ୍ର ଜରିଆରେ ପ୍ରଶାସନିକ ସେବା ପରୀକ୍ଷା ଦେବା, କ୍ଷମତାର ଅପବ୍ୟବହାର ପରି ସାଂଘାତିକ ଅଭିଯୋଗ ଲାଗିଥିବାବେଳେ ଏବେ ମାଙ୍କ ବିବାଦୀୟ ଭିଡିଓ ସାମ୍ନାକୁ ଆସିଛି । ମହିଳାଙ୍କ ସ୍ବାମୀ ତଥା ପୂଜାଙ୍କ ବାପା ଥିଲେ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ । ସେହି ସମୟରେ ଏଭଳି ଅନେକ ଘଟଣା ମନୋରମା କରିଥିବା ଅଭିଯୋଗ ରହିଛି ।

Leave a Reply

Your email address will not be published. Required fields are marked *