ଅବସରପ୍ରାପ୍ତ ୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ କୁମାର ପରିଡ଼ା ମୁଖ୍ୟ ସୂଚନା ଆୟୁକ୍ତଭାବେ ନିଯୁକ୍ତ ହୋଇଛନ୍ତି । ଏହା ସହିତ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟ ଆଇନଜୀବୀ କଳ୍ପନା ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳ ସୂଚନା ଆୟୋଗର ସଦସ୍ୟଭାବେ ନିଯୁକ୍ତ ପାଇଛନ୍ତି । ରାଜ୍ୟ ସୂଚନା କମିଶନ ପାଇଁ ରାଜ୍ୟ ସରକାର ଜଣେ ମୁଖ୍ୟ ସୂଚନା କମିଶନର ଓ ୩ ଜଣଙ୍କୁ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁସାରେ ଆଇଏଏସ୍ ଅଧିକାରୀ ମନୋଜ କୁମାର ଏଜିଏସୟୁଟି କ୍ୟାଡର ଅଟନ୍ତି । ସେ ଦିଲ୍ଲୀ ଫାଇନାନସିଆଲ୍ କର୍ପୋରେସନରେ ଅଧ୍ୟକ୍ଷ ସହିତ ପରିଚାଳନା ନିର୍ଦ୍ଦେଶକ ରହିଥିଲେ । ଏହା ସହ ସେ ୨୦୧୫ରେ ପଣ୍ଡିଚେରୀ ମୁଖ୍ୟ ଶାସନ ସଚିବ ଥିଲେ  ।

Leave a Reply

Your email address will not be published. Required fields are marked *