ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବାୟୁସେନାର ହେଲିକପ୍ଟର । ହେଲିକପ୍ଟର ବ୍ଲେଡ୍ ଭାଙ୍ଗିଯିବାରୁ ବିହାରର ଦରଭଙ୍ଗା ଅଉରାଇ ବ୍ଲକ ବନ୍ୟା ପାଣିରେ ଜରୁରୀ ଅବତରଣ କରିଛି ରିଲିଫ୍ କାର୍ଯ୍ୟରେ ନିୟୋଜିତ ବାୟୁସେନା ହେଲିକପ୍ଟର । ହେଲିକପ୍ଟରରେ ଥିବା ୪ ସୁରକ୍ଷିତ ରହିଥିବା ସୂଚନା । ଘଟଣା ସଂପର୍କରେ ଖବର ପାଇ ଷ୍ଟେଟ ଡିଜାଷ୍ଟର ରେସ୍ପନ୍ସ ଫୋର୍ସର ଏକ ଟିମ୍ ତୁରନ୍ତ ସେଠାକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସୂଚନଯୋଗ୍ୟ; ବିହାରରେ ଏବେ ବନ୍ୟା ସ୍ଥିତି ଲାଗିରହିଛି । ଏନେଇ ବିହାରର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଇବାକୁ ଯାଇଥିବା ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟରର ବ୍ଲେଡ୍ ଭାଙ୍ଗିଯିବାରୁ ବିପଜ୍ଜନକ ଭାବେ ବନ୍ୟା ପାଣିରେ ଅବତରଣ କରିବାକୁ ବାଧ୍ୟ ହୋଇଛି। ହେଲିକପ୍ଟରରେ ଦୁଇ ଜଣ ପାଇଲଟଙ୍କ ସମେତ ୨ ଜଣ କର୍ମଚାରୀ ଥିଲେ । ତେବେ ସମସ୍ତେ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ ସୂଚନା ରହିଛି। Post navigation ଜେଲରୁ ୨୦ଦିନ ପାଇଁ ପାରୋଲରେ ବାହାରିଲେ ରାମ ରହିମ; କିନ୍ତୁ ନିର୍ବାଚନରେ ଯୋଗ ଦେଇପାରିବେନି ବହୁତ ଶୀଘ୍ର ଖାଲି ହୋଇଯିବ ବିଜେଡି: ମନମୋହନ ସାମଲ