ସମାଜବାଦୀ ପାର୍ଟିରେ ମିଶିବା ଚର୍ଚ୍ଚା ନେଇ ମୁହଁ ଖୋଲିଲେ ଶ୍ରୀକାନ୍ତ ଜେନା। ଅଖିଳେଶ ଯାଦବଙ୍କ ସହ ସାକ୍ଷାତ କରି ଆଲୋଚନା ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଗଣମାଧ୍ୟମରେ କହିଛନ୍ତି, କଂଗ୍ରେସ ଛାଡ଼ି କୁଆଡେ ଯିବ ନାହିଁ। ସମାଜବାଦୀ ପାର୍ଟିରେ ମିଶିବା ନେଇ ଚର୍ଚ୍ଚା ଭୁଲ କଥା । ମୁଁ କଂଗ୍ରେସ ଥିଲି ଆଉ ଆଗକୁ ବି ରହିବି। ଓଡ଼ିଶାରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ ଜୋରଦାର ହେବ ।

ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଅଖିଳେଶ ଭେଟିବେ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଶ୍ରୀକାନ୍ତ ଜେନା କହିଛନ୍ତି, ଅଖିଳେଶ ଯାଦବ ନିଶ୍ଚୟ ପିସିସି ସଭାପତିଙ୍କୁ ଭେଟିବେ । ଜାତିଗତ ଜନଗଣନା ନେଇ ରାହୁଲ ଗାନ୍ଧୀ ଦାବି କରି ସାରିଛନ୍ତି । ଯେଉଁମାନେ ଚାହୁଁଛନ୍ତି ଇଣ୍ଡିଆ ବ୍ଲକ୍ ରେ ସାମିଲ ହୋଇପାରିବେ ।

ସୂଚନା ଯୋଗ୍ୟ; ଭୁବନେଶ୍ବରରେ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପତ୍ନୀ ତଥା ସାଂସଦ ଡିମ୍ପଲ ଯାଦବ ଆସି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ସୂର୍ଯ୍ୟନାଗର ସ୍ଥିତ ବାସଭବନରେ ଭେଟିଛନ୍ତି ।

Leave a Reply

Your email address will not be published. Required fields are marked *