ରାଜଧାନୀରେ ମହିଳା ସାମ୍ୱାଦିକାଙ୍କ ଆତ୍ମହତ୍ୟା ଘଟଣାରେ ବନ୍ଧା ହେଲେ ସ୍ୱାମୀ ଶ୍ରୀଧର ଜେନା। ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି । ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ ସାମ୍ବାଦିକା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। ସାମ୍ବାଦିକା ମଧୁମିତା ପରିଡା ଅଳ୍ପ ଦିନ ହେବ ବିବାହ କରିଥିଲେ। କେଉଁ କାରଣରୁ ଜୀବନ ହାରିଲେ ସେନେଇ ତଦନ୍ତ କରୁଛି ପୋଲିସ। ତେବେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡ଼ିଆରେ ଭିଡିଓ ସେୟାର କରିଥିଲେ ମଧୁମିତା। ଯାହାକି ଏବେ ଭାଇରାଲ ହେଉଛି। ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

ସେ କହିଛନ୍ତି ଯେ, ମୋ ସ୍ୱାମୀ ମୋତେ ଧୋକା ଦେଉଛନ୍ତି। ଆଉ ଜଣଙ୍କ ସହ ସେ ସମ୍ପର୍କରେ ଅଛନ୍ତି। ମୋ ସହ ଆଉ ରହିବେନି ବୋଲି କହୁଛନ୍ତି। ତାଙ୍କୁ ସମସ୍ତେ ବୁଝେଇଲେ ହେଲେ ସେ ବୁଝିଲେନି। ଛୁଟିରେ ରହିଲେ ଆମ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେଉଛି। ଅଫିସ ବି ମୁଁ ଯାଇ ପାରୁନି। ମୋତେ କ୍ଷମା କରିଦେବେ ମୁଁ ଆଉ ସହି ପାରୁନି ବୋଲି ମଧୁମିତା ତାଙ୍କ ଶେଷ ଭିଡିଓରେ କହିଛନ୍ତି। ତେବେ ପୋଲିସ ଆତ୍ମହତ୍ୟାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।

ଅପରପକ୍ଷରେ ମଧୁମିତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ତାଙ୍କ ପରିବାର ଲୋକେ ଏହା ମାନିବାକୁ ନାରାଜ। ସ୍ୱାମୀ ଓ ଦେଢ଼ଶୁର ମିଶି ମଧୁମିତାଙ୍କୁ ହତ୍ୟା କରିଥିବା ତାଙ୍କ ବାପା ଓ ଭଉଣୀ ଅଭିଯୋଗ ଆଣିଛନ୍ତି। ମଧୁସ୍ମିତାଙ୍କ ବାପା କହିଛନ୍ତି, ମଧୁମିତାର ସ୍ୱାମୀ ଶ୍ରୀଧର ତାର ବଡ଼ ଭାଇକୁ ଭୁବନେଶ୍ୱର ଡାକିଥିଲା। ଦୁଇ ଭାଇ ମିଶି ମୋ ଝିଅକୁ ଠେଲି ମାରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *