ଦୁଇଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାକୁ ବଡ଼ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ। ଦୁଇଦିନିଆ ଗସ୍ତରେ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ। ଏଥିସହ ଏକ ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ଆସିବା ପାଇଁ ନିବେଦନ କରିବେ। ଆସନ୍ତା ବର୍ଷ ଜାନୁଆରୀ ୨୮ ଓ ୨୯ରେ ଉତ୍କର୍ଷ ଓଡ଼ିଶା; ମେକ ଇନ ଓଡ଼ିଶା ୨୦୨୫ କନକ୍ଳେଭ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଫୁଡ ପ୍ରୋସେସିଂ, ଆଇଟି, କେମିକାଲ, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପ୍ରାଥମିକତାର ସହ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ପୁଞ୍ଜି ଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଥିବା ସକାରାତ୍ମକ ଇକୋ ସିଷ୍ଟମ ସମ୍ବନ୍ଧରେ ଅବଗତ କରାଇବେ। ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଖୁସିର କଥା ଯେ, ଗତ ୧୦୦ ଦିନ ଭିତରେ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସିସାରିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ରହିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଦ୍ରୁତ ଶିଳ୍ପାୟନର ପଥରେ ଆଗେଇ ନେବା ପାଇଁ ମୋର ପ୍ରଚେଷ୍ଟା ଉତ୍କର୍ଷମାନେ ଏକସେଲେନ୍ସ ଏବଂ ଉତ୍କର୍ଷ ଓଡ଼ିଶା କନକ୍ଳେଭ ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଉତ୍କର୍ଷ ଆଣିଦେବ ବୋଲି କହିଛନ୍ତି। ମୁଁ ରାଜ୍ୟବାସୀଙ୍କ ତରଫରୁ ଏହି କାମର ଶୁଭାରମ୍ଭ କରିବାକୁ ଯାଉଥିବାରୁ ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *