ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ ।ଆସନ୍ତା ୧୦ରେ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ଅମିତ ଶାହ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ ୧୦ରେ ଭୁବନେଶ୍ୱରରେ ପହଞ୍ଚି ଜଟଣୀ ଯିବେ । ଜଟଣୀରେ ଫରେନ୍ସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଏବଂ ସେଠାରେ ରାତ୍ରିଯାପନ କରିବେ ଅମିତ ଶାହ । ୧୧ରେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଭୁବନେଶ୍ୱର ଜନତା ମଇଦାନରେ ଶିଳାନ୍ୟାସ କରିବା ସହ ଅଭିଭାଷଣ ଦେବେ । ଅନ୍ୟପଟେ ଅମିତ ଶାହଙ୍କ ଗସ୍ତ ସଫଳ କରିବାକୁ ବିଜେପି କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ବିଜେପି ସଭାପତି, ପ୍ରଭାରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ବସି ଆଲୋଚନା କରିଛନ୍ତି । Post navigation ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ: ଗଜପତିରେ ସର୍ବାଧିକ ଓ କୋରାପୁଟରେ ସର୍ବନିମ୍ନ ରହିଛି ପାସ୍ହାର ଦୀଘା ମନ୍ଦିର ବିବାଦ: ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନ ମନ୍ତ୍ରୀ