ଡାଇରିଆ ଆତଙ୍କ ପରେ ଯାଜପୁର ଜିଲ୍ଲାରେ ଛୁଟି ବାତିଲ୍‌ । ଯାଜପୁରରେ ଝାଡାବାନ୍ତି ସ୍ଥିତି ଅଣାୟତ । ଜିଲ୍ଲାରେ ଗତ କିଛି ଦିନ ଧରି ବ୍ୟାପୁଥିବା ଡାଇରିଆ ଏବେ ମହାମାରୀର ରୂପ ନେଲାଣି । ଏହାକୁ ନଜରରେ ରଖି କାଲିଠୁ ୧୬ ତାରିଖ ଯାଏଁ ଛୁଟି ବାତିଲ୍ ଘୋଷଣା କଲେ ଜିଲ୍ଲାପାଳ । ସମସ୍ତ ଅଫିସ୍ ଖୋଲା ରହିବ, ଛୁଟି ଅନୁମତି ଦିଆଯିବନି । ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ୍ କରାଯାଇଥିବା ଜଣା ପଡ଼ିଛି ।

ଜିଲ୍ଲାର ୨ ମ୍ୟୁନିସିପାଲଟି ଯାଜପୁର ଓ ଯାଜପୁର ରୋଡ୍ ଏବଂ ୪ଟି ବ୍ଲକ ଦାନଗଦି, କୋରେଇ, ଧର୍ମଶାଳା, ବଡ଼ଚଣାରେ ଝାଡାବାନ୍ତିର ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇ ପଡ଼ିଛି। ଏବେ ଯାଏଁ ୬ ଶହରୁ ଅଧିକ ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଶେଷକରି ଧର୍ମଶାଳା, କୋରେଇ, ଯାଜପୁର ବ୍ଲକ ଓ ବ୍ୟାସନଗରରେ ଝାଡ଼ା ବାନ୍ତିରେ ବହୁ ଲୋକେ ଆକ୍ରାନ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *