ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା ବଦଳିବ। ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା। ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ନବୀକରଣ କାମ ଚାଲିଛି। ଖୁବଶୀଘ୍ର ସରକାରୀ ବାସଭବନକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସିବେ। ଏଜିରୁ ରାଜଭବନ ଭବନ ରାସ୍ତାକୁ ଉଠିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା। ଅଭିଯୋଗ ପ୍ରକୋଷ୍ଠ ପାଖରେ ଭିଆଇଆଇଆଇଏମ୍ ଆର୍- ୩ ସରକାରୀ ବଙ୍ଗଳାରେ ମୁଖ୍ୟମନ୍ତ୍ରୀ ରହିବେ। ଏବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ବଙ୍ଗଳା ନାହିଁ।

Leave a Reply

Your email address will not be published. Required fields are marked *