ବିଧାନସଭା ଗୃହରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସ୍ବାମୀ ଲକ୍ଷ୍ମଣାନନ୍ଦ, ନବ ଦାସ, ମମିତା ମେହେର ହତ୍ୟା ମାମଲା ସହ ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି ଜୟନାରାୟଣ ମିଶ୍ର । ସେ କହିଛନ୍ତି ଏସବୁ ମାମଲା ଏବେବି ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି କରୁଛି । ଏହି ସବୁ ହତ୍ୟା ମାମଲା ଓ ମମିତା ହତ୍ୟା ମାମଲାରେ ଦୋଷିଥିବା ଗୋବିନ୍ଦ ସାହୁଙ୍କ ଜେଲ ମଧ୍ୟରେ ଆତ୍ମହତ୍ୟା ଘଟଣା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।

ଏହା ସହ ସେ ପ୍ରଶ୍ନ କରିଛନ୍ତି ଲୋକଙ୍କ ମନରେ ଥିବା ସନ୍ଦେହକୁ ଦୂର ପାଇଁ ଉଦ୍ୟମ କରିବେ କି ସରକାର ? ଏହା ସହ ସରକାର ସିବିଆଇକୁ ତଦନ୍ତ ଦାୟିତ୍ବ ଦେଇ ସନ୍ଦେହ ଦୂର କରିବେ କି ?

ଅନ୍ୟପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କରିଥିବା ପ୍ରଶ୍ନର ସମାଲୋଚନା କରି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ପୋଲିସ ତାଙ୍କ ହାତରେ, ଆଇନ ତାଙ୍କ ହାତରେ । କିନ୍ତୁ ସେ କାହାକୁ ପ୍ରଶ୍ନ ପଚାରୁଛନ୍ତି । ସରକାର ନିଷ୍ପତ୍ତି ନେବାରେ ବିଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *