Odisha Cabinet Approves 11 Proposals Across 6 Departments
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀମଣ୍ଡଳର ୪୫ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୬ଟି ବିଭାଗର ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ପରେ ଅନୁମୋଦନ ପ୍ରଦାନ କରାଯାଇଛି ।
 
ଓଡ଼ିଶା ଜିଏସଟିରେ ସଂଶୋଧନକୁ ମଂଜୁରୀ ମିଳିଛି । କେନ୍ଦ୍ରୀୟ ଜିଏସଟି ଢାଞ୍ଚା ଅନୁଯାୟୀ ଏବେ ଓଡ଼ିଶା ଜିଏସଟି କାର୍ଯ୍ୟକାରୀ ହେବ । ଏହାଦ୍ବାରା ଟିକସଦାତାମାନେ ନିରବଚ୍ଛିନ୍ନ କ୍ରେଡିଟ ନୋଟ୍ ଜାରି କରିପାରିବେ ।
 
କୃଷି ଯନ୍ତ୍ରପାତି, ଉପକରଣ ଓ ପମ୍ପସେଟ୍ କିଣା ପାଇଁ ଥିବା ଯୋଜନାକୁ ୨୦୩୦-୩୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏବେ ଏହି ଯୋଜନାରେ ୨ ଲକ୍ଷ ୫୪ ହଜାର ୭୭୪ ଜଣ ଚାଷୀ ଉପକୃତ ହେଉଥିବା ବେଳେ, ଏହାର ସଂଖ୍ୟା ୩ ଲକ୍ଷ ୭୯ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।
 
ଜଳସମ୍ପଦ ବିଭାଗର ଏହି ବଡ଼ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ଦେଇଛି । ଏହାଦ୍ବାରା କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ୬୦ ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ।
 
ଏହାସହ ସମୁଦାୟ ଅର୍ଥ ବିଭାଗର ଗୋଟିଏ, ଆଇନ ବିଭାଗର ଗୋଟିଏ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଗୋଟିଏ ଯୋଜନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ଟି ଯୋଜନା ଓ ଜଳସମ୍ପଦ ବିଭାଗର ସର୍ବାଧିକ ୫ଟି ଯୋଜନା ପ୍ରସ୍ତାବକୁ ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *