ଭୁବନେଶ୍ୱରରେ ଆଜି ମଧ୍ୟ କାଳବୈଶାଖୀ ରଚିଲା ତାଣ୍ଡବ। ରାଜଧାନୀରେ ଚାରିଆଡ଼େ ଘନ ଅନ୍ଧକାର ସହ ଘଡ଼ଘଡ଼ି, ବର୍ଷା ପବନ ଦେଖିବାକୁ ମିଳିଛି। ଗତ କିଛି ଦିନ ଧରି ଅପରାହ୍ଣ ହେବା ମାତ୍ରେ ରାଜ୍ୟର ଅନେକ ସ୍ଥାନ ସହ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷାରେ ଗଛ ଉପୁଡ଼ିବା ସହ ପ୍ରବଳ ବର୍ଷା,ପବନ, ବଜ୍ରପାତ ହେଉଛି।

ଏଭଳି ପରିସ୍ଥିତିରେ ଲୋକଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଓ ବଜ୍ରପାତ ସମୟରେ ଗଛ ତଳେ ଆଶ୍ରୟ ନନେବା, ବିଦ୍ୟୁତ୍ ଖୁଣ୍ଟ ଓ ଦୁର୍ବଳ ଘରଠାରୁ ଦୂରେ ରହିବାକୁ କୁହାଯାଇଛି। ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

 

Leave a Reply

Your email address will not be published. Required fields are marked *