ଭୁୁବନେଶ୍ୱର: ଖୋର୍ଦ୍ଧା, କଟକ, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, ନୟାଗଡ଼, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ, ବାଲେଶ୍ବରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀ ଟପିଛି । ସର୍ବାଧିକ ତାପମାତ୍ରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ତାପମାତ୍ରା ଆହୁରି ବଢିବା ନେଇ ଆଶଙ୍କା ପ୍ରକାଶ କରାଯାଇଛି । ଆଜି ରାଜଧାନୀରେ ତାପମାତ୍ରା ସର୍ବାଧିକ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ଦିନ ୧୧ଟା ପରେ ପାରଦ ୩୯ ଡିଗ୍ରୀରେ ପହଞ୍ଚିଥିଲା । ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ କହିଛନ୍ତି ଆଜି ଭୁବନେଶ୍ୱର ଓ କଟକରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରହିବ । ଏହାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୬ ତାରିଖ ସନ୍ଧ୍ୟାରେ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଇପାରେ । ୭ ଓ ୮ରେ ବର୍ଷାର ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏହାପରେ ତାତିରୁ କିଛି ଆଶ୍ୱସ୍ତି ମିଳିବ ବୋଲି କୁହାଯାଉଛି । Post navigation ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ପ୍ରଣବ ପ୍ରକାଶ ଦାସ ବିଜେପିରେ ଯୋଗଦେଲେ ଖଲିକୋଟ୍ର ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଶତାଧିକ ସମର୍ଥକ