ପ୍ରଚଣ୍ତ ତାତି ଓ ଅସମ୍ଭାଳ ଗୁଳୁଗୁଳିରେ କଲବଲ ହୋଇଗଲାଣି ପୂରା ରାଜ୍ୟ। ସାଢ଼େ ୮ଟା ସୁଦ୍ଧା ୩୫.୨ ଡିଗ୍ରୀ ଟପିଛି ଝାରସୁଗୁଡା । ସେହିପରି ସମ୍ବଲପୁର ୩୪.୪ ଡିଗ୍ରୀ ହୋଇଥିବା ବେଳେ ହୀରାକୁଦ ୩୪, ବାଲେଶ୍ୱର ୩୩ ଡିଗ୍ରୀ, ପୁରୀ ୩୩.୪, ରାଉରକେଲା ୩୨.୮, ଭୁବନେଶ୍ୱର ୩୨.୪ ଡିଗ୍ରୀ, ଚାନ୍ଦବାଲି ୩୨.୨, ପାରାଦୀପ ୩୧.୨, ଗୋପାଳପୁର ୩୦.୨ ଡିଗ୍ରୀ ରହିଛି।

ଏହା ସହିତ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ୧୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ସେହିପରି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ନାକେଦମ କରିବ । ୧୩ରୁ ୧୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ ।

Leave a Reply

Your email address will not be published. Required fields are marked *