ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍। ମନୋରଞ୍ଜନ ନାଁରେ ଚାଲିଥିବା ଅପସଂସ୍କୃତିକୁ ଆଉ ପ୍ରଶ୍ରୟ ଦିଆଯିବନି । ବନ୍ଦ ହେବ ଅଶ୍ଳୀଳ ନୃତ୍ୟ । ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ ଯୋଗୁଁ ସମାଜ ଉପରେ ଏହାର କୁପ୍ରଭାବ ପଡୁଛି । ନୃତ୍ୟ ଭଳି କଳାକୁ ଅସମ୍ମାନ କରୁଛି । ଏହା ଦ୍ବାରା ଯୁବବର୍ଗ ବି ପଥଭ୍ରଷ୍ଟ ହେଉଛନ୍ତି । ତେଣୁ ଯାତ୍ରା ମଞ୍ଚରେ ଅଶ୍ଳୀଳ ନାଚ ବନ୍ଦ କରିବାକୁ ରାଜ୍ୟ ସରକାର ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଆଣିବାକୁ ଯାଉଛନ୍ତି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଯାତ୍ରା ମଞ୍ଚରେ ଅଙ୍ଗ ପ୍ରଦର୍ଶନ ତଥା ଅଶ୍ଲୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ସାମନାକୁ ଆସୁଛି। ଏହା ଉପରେ ରୋକ୍ ଲଗାଇବାକୁ ଦାବି ବି ହୋଇଛି। ଏନେଇ ରାଜ୍ୟ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି । ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି । ଏହାକୁ ଦୁଇ ବିରୋଧି ବିଜେଡି ଓ କଂଗ୍ରେସ ସ୍ବାଗତ କରିଛନ୍ତି । Post navigation ବିକ୍ରି ହୋଇଥିଲା ଏଏସଓ ଚାକିରି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଶରେ ଖୋଲିବ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ; ଓଡ଼ିଶା ପାଇଲା ୮ଟି