ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଓଡିଶା ଆସି ପହଞ୍ଚିଛି ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମନ୍ତ୍ରୀ, ବିଧାୟକ ଏବଂ ସମାଜର ଗଣମାନ୍ୟ ବ୍ୟକ୍ତିମାନେ ବିମାନବନ୍ଦରରେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆସନ୍ତାକାଲି ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ସେବା ଓ ସଂକଳ୍ପ ମନୋଭାବ ନେଇ ରାଜ୍ୟର ବିକାଶ ପାଇଁ ସ୍ୱର୍ଗତ ପ୍ରଧାନ ସାରା ଜୀବନ ଉତ୍ସର୍ଗ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । Post navigation ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କୁ ମିଳିଲା ଜାମିନ ବିଜେପି କାର୍ଯ୍ୟାଳୟରେ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର