ଶୁକ୍ରବାର ଦିନ ବିଳମ୍ବିତ ରାତିରେ କଟକରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଡିସିପି ଋଷିକେଷ ଖିଲାରୀ ଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଅଟକି ରହିଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ ମେଢ଼ ଦରଘାବଜାର ଥାନା ଅତିକ୍ରମ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମେଢ଼ ଶୋଭାଯାତ୍ରାରେ ଯାଉଥିବା ଯୁବକଙ୍କୁ ଆକ୍ରମଣ କରିଥିଲେ । ଦରଘାବଜାର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିବା ବେଳେ ଢେଲା, ପଥର ଓ କାଚ ବୋତଲ ମାଡ଼ରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠିମାଡ କରାଯାଇଥିଲା । ରାସ୍ତା ପାର୍ଶ୍ୱରେ ଥିବା ଯାନବାହାନ ଭଙ୍ଗାରୁଜା ହେବା ସହ ବିଭିନ୍ନ ଦୋକାନ ଆଗରେ ଷ୍ଟଲ୍ ଭଙ୍ଗାରୁଜା ହୋଇଛି । ଏଭଳି ଘଟଣା ପ୍ରତିବାଦରେ ଶୋଭାଯାତ୍ରାକାରୀମାନେ ରାସ୍ତା ଉପରେ ଧାରଣାରେ ବସିବା ଫଳରେ ମେଢ଼ଗୁଡିକ ଶୋଭାଯାତ୍ରା ବନ୍ଦ କରିଦେଇଥିଲେ । ଆକ୍ରମଣକାରୀଙ୍କ ଗିରଫଦାରୀ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୂଜା କମିଟି ସଦସ୍ୟ ମାନେ ଦାବି କରିଛନ୍ତି । Post navigation ସୋସିଆଲ ମିଡ଼ିଆ ସଜାଡ଼ିବାକୁ ବିଜେଡିର ପ୍ରୟାସ ଦଶହରା ଭସାଣି ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ନବୀନଙ୍କ ଦୃଢ଼ ନିନ୍ଦା