ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର । ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟତା ନୁହେଁ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବନି । ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବଶ୍ୟକତା ନାହିଁ । ପ୍ରଦୂଷଣ ପ୍ରମାଣପତ୍ର ଦେବା ବେଳେ ଗ୍ରୀନ ଷ୍ଟିକର ଦେଲେ ଭଲ । RTO ରେ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସ୍ପଷ୍ଟ କରିଛନ୍ତି । ଅଧିକ ବୋଝ ନହେଉ ବୋଲି ଏହାକୁ ଅଲଗା ରଖୁଛୁ । ନିୟମ ଯେଉଁଥିରେ ସମସ୍ୟା ସମ୍ମୁଖୀନ ହେବେ ସରଳୀକରଣ କରାଯିବ ବୋଲି ସେ କହିଛନ୍ତି । କହିରଖୁଛୁ ଯେ, ରାଜ୍ୟରେ ଗାଡ଼ିଗୁଡିକ ପାଇଁ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ବା ପିୟୁସିସି ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । Post navigation Dense Fog In Bhubaneswar: ରାଜଧାନୀରେ ଘନ କୁହୁଡ଼ି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ BDO Attacked: କାର୍ଯ୍ୟାଳୟ ଭିତରେ ମହିଳା ବିଡିଓଙ୍କୁ ଆକ୍ରମଣ