ସରକାରୀ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ନିତିଦିନିଆ ଘଟଣା ହୋଇଗଲାଣି। ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଆକ୍ସନ ମୋଡ଼କୁ ଆସିଛି। ଦୁର୍ନୀତି, ଭ୍ରଷ୍ଟାଚାରମୁକ୍ତ ରାଜ୍ୟ ଗଠନ ପାଇଁ ପ୍ରୟାସ ଜାରି ରହିଛି। ଗତ କିଛିଦିନ ହେବ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡୁଛନ୍ତି କୁବେର ସରକାରୀ ବାବୁ। ଏଭଳି ଅନେକ ଉଦାହରଣ ରହିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ଉ କରୁଛି । ଯନ୍ତ୍ରୀଙ୍କ ଘରୁ ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ପାସବୁକ, ଏଟିଏମ୍ କାର୍ଡ, ଏକାଧିକ ପ୍ଲଟ୍, ଜମି କାଗଜପତ୍ର ଠାବ ହୋଇଛି । କେବଳ ଏତିକି ନୁହେଁ, ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ୧୦୦ରୁ ଅଧିକ ପ୍ଲଟ ଥିବା ଜଣାପଡିଛି ।

ସେହିଭଳି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକ। ଭବାନୀପାଟଣାରୁ ମିଟିଂ ସାରି ଫେରିବା ବେଳେ ଗାଡ଼ିରେ ୪.୯୨ ଲକ୍ଷ ଟଙ୍କା ନେଇ ଯାଉଥିଲେ। ଜୁନାଗଡ଼ ଥାନା ଜାରିଂ ନିକଟରେ ସନ୍ଦେହରେ ସନ୍ଦେହରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଟଙ୍କା ବିଷୟରେ ସଠିକ ଦେଇ ନପାରିବାରୁ ଭିଜିଲାନ୍ସ ବିଭାଗ ଧରିଥିଲା।

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଘରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଭିଜିଲାନ୍ସ ବିଭାଗ ଧରିଥିଲା । ପୁରୁଣା ଏକ ବିଲ୍ ପାସ କରାଇଦେବାକୁ କହି ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ ନିବେଦିତା ।

ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍‌ କରାଯାଇଛି। ଏକସଙ୍ଗେ ୧୦ଟି ସ୍ଥାନରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଟିମ୍‌। ଭୁବନେଶ୍ବର, ସୋନପୁର, ବଲାଙ୍ଗିର ଘର ସମେତ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି କରିଛି।

ଭିଜିଲାନ୍ସ ଜାଲରେ ମତ୍ସ୍ୟ ନିର୍ଦ୍ଦେଶାଳୟ ଡେପୁଟି ଡ଼ାଇରେକ୍ଟର ବସନ୍ତ ଦାସ। ସରକାରୀ ଟଙ୍କାକୁ ଚଳୁ କରି ନିଜ ବ୍ୟକ୍ତିଗତ କାମରେ ବିନିଯୋଗ କରିଥିଲେ ଏହି ବଡ଼ବାବୁ । ଏପରିକି ୧ କୋଟି ୫ ଲକ୍ଷ ଟଙ୍କାର ସରକାରୀ ଟଙ୍କାକୁ ନିଜ ଆକାଉଣ୍ଟକୁ ନେଇ ୭୨ ଲକ୍ଷ ଟଙ୍କାରେ ଭୁବନେଶ୍ୱରରେ ଜମି କିଣିଥିଲେ । ସେହିପରି ୨୭ ଲକ୍ଷ ଟଙ୍କାରେ ସୁନା ଅଳଙ୍କାର କିଣି ଥିଲେ । ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା।ରକାରୀ ଟଙ୍କାକୁ ଚଳୁ କରି ନିଜ ବ୍ୟକ୍ତିଗତ କାମରେ ବିନିଯୋଗ କରିଥିଲେ ଏହି ବଡ଼ବାବୁ । ଏପରିକି ୧ କୋଟି ୫ ଲକ୍ଷ ଟଙ୍କାର ସରକାରୀ ଟଙ୍କାକୁ ନିଜ ଆକାଉଣ୍ଟକୁ ନେଇ ୭୨ ଲକ୍ଷ ଟଙ୍କାରେ ଭୁବନେଶ୍ୱରରେ ଜମି କିଣିଥିଲେ । ସେହିପରି ୨୭ ଲକ୍ଷ ଟଙ୍କାରେ ସୁନା ଅଳଙ୍କାର କିଣି ଥିଲେ।

Leave a Reply

Your email address will not be published. Required fields are marked *