ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଲେ ରାଜ୍ୟପାଳ। ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ନେଇ ପଚାରି ବୁଝିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ଏହି ସମୟରେ ସେ ସାଙ୍ଗରେ ନେଇଥିବା ଫଳ ବି ଭେଟି ଦେଇଛନ୍ତି ନବୀନଙ୍କୁ। ପ୍ରାୟ ୨୦ ମିନିଟ୍ ଧରି ନବୀନଙ୍କ ସହିତ ଆଲୋଚନା କରିଥିଲେ ରାଜ୍ଯପାଳ । ଏହା ସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ନବୀନଙ୍କ ଆଶୁ ଆରୋଗ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ । ଏହା ପୂର୍ବରୁ ଶନିବାର ନବୀନଙ୍କୁ ମଧ୍ୟ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୂଚନା ଯୋଗ୍ୟ; ଗତ କିଛି ଦିନ ପୂର୍ବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଡିହ୍ରାଇଡେସନ ସମସ୍ୟା ଯୋଗୁ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତିନି ଦିନ ଧରି ଚିକିତ୍ସା ହେବା ପରେ ଅଗଷ୍ଟ ୨୦ ତାରିଖରେ ଘରୋଇ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । ଏହା ପରେ ସୁସ୍ଥ ହୋଇ ନବୀନ ନିବାସ ଫେରିଥିଲେ ନବୀନ । Post navigation ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ଆବେଦେନ ନିଶା କାରବାର ରୋକିବାକୁ ବୈଠକ; କ୍ୟାମ୍ପସ୍ ପାଖରେ ନିଶା କାରବାର କରୁଥିବା ଲୋକଙ୍କୁ ବାନ୍ଧିବାକୁ ନିଷ୍ପତ୍ତି