ଦିନକୁ ଦିନ ଯାତ୍ରାରେ କଳାକାରମାନେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ନିଜର ସୀମା ଲଙ୍ଘୁଥିବା ଦେଖିବାକୁ ମିଳୁଛି । କିଛିଟା ଅଧିକ ପଇସା ପାଇବା ପାଇଁ ଯାତ୍ରାରେ ଅଶ୍ଳୀଳ ନୃତ୍ୟ କରିବା ପାଇଁ ପଛଉନାହାନ୍ତି କଳାକାର । ଏହାକୁ ରୋକିବା ପାଇଁ ମଧ୍ୟ ବୁଦ୍ଧିଜୀବୀମାନେ ବିଭିନ୍ନ ମହଲରେ ଦାବି ଜଣାଇଛନ୍ତି । ଏହାରି ମଧ୍ୟରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି, ଯାତ୍ରାରେ ଏଭଳି ନାଚକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ ତେଣୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ସରକାର ଏ ବିଷୟରେ ବିଭିନ୍ନ ଦିଗରେ ତର୍ଜମା କରୁଛନ୍ତି। ଏନେଇ ଯାତ୍ରା ମାଲିକଙ୍କ ସହ ଆଲୋଚନା କରାଯିବ। ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ। ଏହି ପ୍ରସଙ୍ଗରେ ବିଚାର କରି ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକମାନଙ୍କୁ ଅନୁରୋଧ । Post navigation ନଭେମ୍ବରରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ମିଳିବ ‘ସୁଭଦ୍ରା’ ଟଙ୍କା