ମହିଳା କମିଶନ ଅଧ୍ୟକ୍ଷ ପଦରୁ ମିନତୀ ବେହେରା ହଟିଛନ୍ତି । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ ଭଙ୍ଗ ହେବା ପରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ରହିଥିବା ମିନତୀ ବେହେରାଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍କାଳ ପ୍ରଭାବରୁ ବରଖାସ୍ତ କରାଯାଇଥିଲା । ହେଲେ ଏନେଇ କୌଣସି ସୂଚନା ପାଇନାହାନ୍ତି କହି ବରଖାସ୍ତ ପରେ ବି ନିୟମିତ କାର୍ଯ୍ୟକୁ ଆସୁଥିଲେ ମିନତୀ । ଏହାପରେ କାହିଁକି ତାଙ୍କର ପଦଚ୍ୟୁତି କରାଯିବ ନାହିଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଥିଲା । କାରଣ ଦର୍ଶାଅ ଚିଠିର ଉତ୍ତରରେ କିନ୍ତୁ ସରକାର ଖୁସି ନାହାନ୍ତି। ସନ୍ତୋଷଜନକ ଉତ୍ତର ନମିଳିବାରୁ ମିନତୀଙ୍କୁ ପଦରୁ ଅପସାରଣ କରାଯାଇଛି ।

ସୂଚନା ଯୋଗ୍ୟ; ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଓ ଅନ୍ୟ ୪ ଜଣ ସଦସ୍ୟାଙ୍କୁ ବରଖାସ୍ତ କରିଥିଲେ ମୋହନ ସରକାର । କମିଶନଙ୍କ ସହ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ୱାଇଁ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଥିଲା । ରାଜ୍ୟ ସରକାର ଓଡ଼ିଶା ଆକ୍ଟ-୧୯୯୪ର ଧାରା ୩ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବରଖାସ୍ତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା ।ତେବେ ବରଖାସ୍ତ ପରେ ବି ମିନତୀ ବେହେରା ପଦ ଛାଡ଼ୁନଥିଲେ । ପ୍ରତ୍ୟେକ ଦିନ ଅଫିସ ଆସିବା ସହ ଅଫିସ କାର୍ଯ୍ୟ କରୁଥିଲେ । ଏପରିକି ବରଖାସ୍ତ ନେଇ ସେ କିଛି ଜାଣିନଥିବା ଗଣମଧ୍ୟମକୁ କହିଥିଲେ । ତେବେ ଆଜି ତାଙ୍କୁ ପଦଚ୍ୟୁତ କରାଯାଇଥିବା ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସିଥିବା ପ୍ରତୁ୍ୟତ୍ତର ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଯାଇ ତାଙ୍କୁ ପଦଚ୍ୟୁତ କରାଯାଇଛି । କାହିଁକି ତାଙ୍କୁ ପଦଚ୍ୟୁତ କରାନଯିବ ସେ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । କମିଶନଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ, କାହିଁକି ହଟାନଯିବ ସେନେଇ ଉତ୍ତର ମଗାଯାଇଥିଲା । ହଟିଲେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । କାରଣ ଦର୍ଶାଅ ନୋଟିସ ର ଉତ୍ତର ପରେ ହଟିଲେ । କାରଣ ଦର୍ଶାଅ ଚିଠିର ଉତ୍ତର ରେ ଖୁସି ନାହାନ୍ତି ସରକାର । ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ପଦରୁ ହଟିଲେ ମିନତୀ । ୨୩ ତାରିଖରେ ମହିଳା କମିଶନ ଙ୍କୁ ବରଖାସ୍ତ କରିଥିଲେ ସରକାର ।

Leave a Reply

Your email address will not be published. Required fields are marked *