ଆଜି ବିଜେପି ପାଳୁଛି ନୁଆ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉତ୍ସବ । ପୁରୀ ଶରଧାବାଲିରେ ରାଜ୍ୟରେ ବିଜେପି ସରକାର ଗଠନର ୧୦୦ ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଭିଭାଷଣ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ନିର୍ବାଚନ ପୂର୍ବରୁ ଜନତାଙ୍କୁ ଦିଆଯାଇଥିବା ସଂକଳ୍ପକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି । ସେହିପରି ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଏବଂ ରତ୍ନଭଣ୍ଡାର ମଧ୍ୟ ଖୋଲାଯାଇଛି । ସୁଭଦ୍ରା ସହାୟତା ଦିଆଯାଇଛି ।

ଉପମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ମୋଦି ଗ୍ୟାରେଣ୍ଟିରେ ଯାହା ଲେଖିଛୁ, ସବୁ ଗୋଟିଏ ଗୋଟିଏ ପୂରଣ କରାଯିବ ।୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ମିଳିଛି, ଅନ୍ୟ ମହିଳାଙ୍କୁ ଖୁବଶୀଘ୍ର ମିଳିବ । ଏ ହେଉଛି ରାଜ୍ୟସରକାରଙ୍କ ବଡ଼ ସଫଳତା, ଲୋକଙ୍କ ସହ ଯୋଡ଼ିହେବାର ପ୍ରତିବଦ୍ଧତା

Leave a Reply

Your email address will not be published. Required fields are marked *