ଭୁବନେଶ୍ୱର ଏୟାରପୋର୍ଟରେ ଆଜି ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ପହଞ୍ଚିବା ପରେ ପୁରୀରେ ପହଞ୍ଚିଛନ୍ତି । ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ସେ ଜଗା ଦର୍ଶନ କରିବା ସହ ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ । ଅପରାହ୍ନରେ ଆଦାନୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବୈଠକ ଓ ଆଲୋଚନା କରିବେ । ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇ ଉତ୍ତର ପ୍ରଦେଶରେ ଆୟୋଜିତ ମହାକୁମ୍ଭ ମେଳା ପରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ କରାଯାଉଛି । Post navigation ଆଜି ଦ୍ଵିତୀୟଦିନରେ ପୁଣି ଥରେ ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଟଣା ଶରଧାବାଲିରେ ପହଞ୍ଚିଲେ ତିନି ରଥ