ମାଲକାନଗିରିରେ ପେଟ୍ରୋଲ-ଡିଜେଲ ସରିଯିବ ବୋଲି ଗୁଜବ ପରେ ପେଟ୍ରୋଲ ପମ୍ପରେ ଭିଡ ଲାଗିଛି । ଗତକାଲି ରାତି ଓ ଆଜି ସକାଳେ ମାଲକାନଗିରି ରବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ପ୍ରବଳ ଭିଡ ସହିତ ଲମ୍ବା ଲାଇନ୍ ଲାଗିଛି । ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପାଇଁ ପେଟ୍ରୋଲ ସରିଯିବା ଗୁଜବ ପରେ ପ୍ରବଳ ଭିଡ଼ ଲାଗିଛି । ଲୋକମାନେ ପେଟ୍ରୋଲ ପମ୍ପରେ ଗାଡ଼ି ଟାଙ୍କି ଫୁଲ୍ କରିବା ସହ ବ୍ୟାରେଲ୍ ବୋହି ନେଉଛନ୍ତି । ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଲାଗିଥିବାରୁ ଯାତାୟତ ପ୍ରଭାବିତ ହେଉଛି । ତେବେ ଏଭଳି ଗୁଜବରେ ବିଶ୍ୱାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟରେ ତଥା ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା ସରକାର ସ୍ପଷ୍ଟ କରିଛନ୍ତି । Post navigation Rajya Sabha Elections: ଦିଲୀପ ରାୟଙ୍କ ସୂଚନା; ରାଜ୍ୟସଭା ନିର୍ବାଚନ ନେଇ ଅମିତ ଶାହଙ୍କ ସହ ଆଲୋଚନା