ଦେଶ ସ୍ବାଧୀନତାରେ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଅଗଷ୍ଟ ୯ ତାରିଖକୁ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି । ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ତାଙ୍କୁ ସମ୍ମାନ ଦେବା ଏହି ଦିବସ ପାଳନର ଲକ୍ଷ୍ୟ । ଏହି କ୍ରାନ୍ତି ଦିବସରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କୁଟୁମ୍ବ ଯୋଜନାରେ ସରକାର ଭତ୍ତା ପ୍ରଦାନ କରିବେ । ଏ ନେଇ ଖୁବଶୀଘ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରାଯାଇ ଭତ୍ତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ । Post navigation ଫୁଲୁଛି ମହାନଦୀ; ୧୦ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି ବିଜେଡି ପାଳିଲା ବିଶ୍ୱ ଆଦିବାସୀ ଦିବସ