ବ୍ରହ୍ମପୁର: ଦିବ୍ୟାଙ୍ଗ ସାଜି କରୁଥିଲେ ଭିକ୍ଷା ବୃତ୍ତି । ଏଭଳି ଭିକ୍ଷା ବୃତ୍ତି ଟଙ୍କା ମାଗୁଥିବା ଘଟଣାରେ ୪ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ । ଗିରଫ ୪ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡିଛି ।

ତେବେ ବ୍ରହ୍ମପୁର ଏସପିଙ୍କ ସୂଚନା ଆସୁସାରେ, ଗିରଫ ୪ ଜଣ ସହରର ବିଭିନ୍ନ ସ୍ଥାନରେ ବୁଲି ଦିବ୍ୟାଙ୍ଗ ସାଜି ଭିକ୍ଷାବୃତ୍ତି କରି ଟଙ୍କା ସଂଗ୍ରହ କରୁଥିଲେ । ଗଞ୍ଜାମ ଜିଲ୍ଲା କାମାପଲ୍ଲୀ ଛକରେ ଦୁଇ ଜଣ ଏଭଳି ଭିକ୍ଷାବୃତ୍ତି କରୁଥିବା ଦେଖି ପୋଲିସକୁ ସନ୍ଦେହ ହୋଇଥିଲା । ଏନେଇ ପୋଲିସ ଅଧିକ ତଦନ୍ତ କରିଥିଲା । ପରେ ଅନ୍ୟ ଦୁଇ ଜଣଙ୍କୁ କାବୁ କରିଥିଲା ପୋଲିସ । ପୋଲିସ ସମ୍ମୁଖରେ ମିଛ ଦିବ୍ୟାଙ୍ଗର ଅଭିନୟକୁ ୪ ଅଭିଯୁକ୍ତ ସ୍ୱୀକାର କରିଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ୮୬୦ ଟଙ୍କା, ଦିବ୍ୟାଙ୍ଗଙ୍କ ବାଡ଼ି ସହ ଅନ୍ୟ ସରଞ୍ଜାମ ଜବତ କରିଥିବା ଏସ୍‌ପି କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *