ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ଏବଂ ପୂର୍ବତନ ଓଡ଼ିଶାର ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦେହାନ୍ତ ହୋଇଛି। ସୋମବାର ଭୋରୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା ।

ସୁଶାନ୍ତ ସିଂ ବିଜେଡିର ଜଣେ ଟାଣୁଆ ନେତା ଥିଲେ । ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ସେ ୩ ଥର ବିଧାୟକଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯, ୨୦୧୪ ଏବଂ ୨୦୧୯ରେ ଲଗାତର ତିନି ତିନି ଥର ସେ ନିର୍ବାଚିତ ହୋଇଥିଲେ । ଅସୁସ୍ଥତା ମଧ୍ୟରେ ସେ ୨୦୨୪ ସାଧାରଣ ନିର୍ବାଚନ ବିଜେଡିର ପ୍ରାର୍ଥୀ ଭାବରେ ଭଟଲି ବିଧାନସଭା ଆସନରୁ ଲଢ଼ିଥିଲେ । କିନ୍ତୁ ସେଠାରୁ ପରାସ୍ତ ହୋଇଥିଲେ।

ଏଥି ସହିତ ୨୦୧୭ ମସିହାରୁ ୨୦୨୨ ଯାଏଁ, ବିଜେଡ଼ି ସରକାରରେ ଶ୍ରମ ଓ କର୍ମଚାରୀ ଏବଂ ରାଜ୍ୟ ବୀମା ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

Leave a Reply

Your email address will not be published. Required fields are marked *