ନବୀନ ପଟ୍ଟନାୟକ ଗଠନ କରିଥିବା ଛାୟା କ୍ୟାବିନେଟକୁ ନେଇ ବିଜେପି ଟାର୍ଗେଟ କରିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ତେର୍ଚ୍ଛା ନିଶାନା ଦେଇ କହିଛନ୍ତି ନବୀନ ସରକାରରେ ମନ୍ତ୍ରୀଙ୍କୁ ଦାୟିତ୍ବ ମିଳୁ ନ ଥିଲା, ଏବେ ବିଧାୟକଙ୍କୁ ବିଭାଗ ଦିଆଯାଉଛି । ନିଜର ଆତ୍ମସନ୍ତୋଷ ପାଇଁ ଦଳକୁ ଏକତ୍ରିତ ରଖିବା ପାଇଁ ନବିନ ବାବୁ ପ୍ରୟାସ କରିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଏବେ ନୂଆ ସରକାରକୁ କାମ କରିବାକୁ ଦିଅନ୍ତୁ ଏହି ଛାୟା କ୍ୟାବିନେଟ ଏକ ହାସ୍ୟାସ୍ପଦ । ଓଡ଼ିଶା ରାଜନୀତିରେ କି ଭାରତରେ କେବେ କିଏ ଛାୟା କ୍ୟାବିନେଟ୍‌ ବୋଲି କିଛି ଦେଖି ନ ଥିଲେ । ଆଜିର ବିରୋଧୀଦଳ ନେତାଙ୍କୁ ମୁଁ ମନ୍ତ୍ରୀ ଥିଲା ବେଳେ ଅନେକ UOI ନୋଟ୍‌ ଦେଇଥିଲି । ଜାଣିନି ସେସବୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲା କି ନାହିଁ ।

Leave a Reply

Your email address will not be published. Required fields are marked *