ବିଜଦ ସରକାର ଅମଳରେ ସଦର ବ୍ଳକ ଏବଂ ପୌରାଞ୍ଚଳରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ଅନ୍ତର୍ଗତ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ କ୍ରମେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟ ବନ୍ଦ ରଖୁବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଭାଜପା ବିଧାୟକଙ୍କ ଚାପରେ ସମସ୍ତ ପ୍ରକଳ୍ପର କାର୍ଯ୍ୟ ବନ୍ଦ କରାଯାଇଥିବା ଆରୋପ ଉଠାଇ ପୂର୍ବତନ ସଦର ବିଧାୟକ ସରୂପ ଦାସ ଧାରଣା ଦେଇଥିଲେ । ବାଲେଶ୍ୱର ପୌର ପରିଷଦର ହାତ ଗଣତି କାଉନସିଲର ଓ ଯୋଡେ ଅଧେ ପଞ୍ଚାୟତର ସରପଞ୍ଚଙ୍କୁ ଧରି ସଦର ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ଧାରଣା ଓ ଆମରଣ ଅନଶନ ଶେଷରେ ଜନସମର୍ଥନ ଅଭାବରୁ ପ୍ରତ୍ୟାହୃତ ହୋଇଛି । ସଦର ବ୍ଲକ କାର୍ଯ୍ୟାଳୟ ପରିସର ବ୍ୟବହାର କରି ଧାରଣା ଦେବା ନାମରେ ବିଜଦ ନେତା ଓ କର୍ମୀଙ୍କ ସାଧାରଣ ଲୋକଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନକୁ ନିନ୍ଦା କରିଛି ସଦର ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି । ସମ୍ପୃକ୍ତ ଧାରଣାକୁ ବନ୍ଦ କରିବା ପାଇଁ ଭାଜପା ନେତା, ଦଳୀୟ କର୍ମୀ, ସଂଖ୍ୟାଧିକ ପଞ୍ଚାୟତସ୍ତରୀୟ ଜନପ୍ରତିନିଧ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ଦାବିପତ୍ର ପ୍ରଦାନ କରିଥିଲେ । ଧାରଣା ଅଥବା ଅନଶନ ପ୍ରଦର୍ଶନ ପାଇଁ କାହାରିକୁ ଗୋଟିଏ ଦିନରୁ ଅଧିକ ସମୟ ନ ଦେବାକୁ ମଧ୍ୟ ଭାଜପା ନେତା ମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।ସେହି ଅନୁସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ପୂର୍ବତନ ବିଧାୟକ ସାଥୀ ଓ ସମର୍ଥକଙ୍କୁ ଧରି ଧାରଣା ପ୍ରଦର୍ଶନ ଶେଷ କରିଥିବା ଜଣାପଡିଛି ।ଧାରଣା ଓ ଅନଶନ ଶେଷ ପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣ ନିମନ୍ତେ ଅନୁରୋଧ କରିଥିଲେ । । ପ୍ରଶାସନ ଅଧିକାରୀଙ୍କ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ସ୍ଥାନୀୟ କମିଟି ଦ୍ଵାରା ନିର୍ଦ୍ଧାରିତ ପ୍ରକଳ୍ପ କାର୍ଯ୍ୟ ସାରିଥିବା ବ୍ୟକ୍ତିଙ୍କୁ ଦୁଇ ଦିନ ମଧ୍ୟରେ ପ୍ରଦାନ ବିଲ୍ ପ୍ରଦାନ ସହ ଆରମ୍ଭ ହୋଇନଥିବା ପ୍ରକଳ୍ପଗୁଡିକ ତୁରନ୍ତ ଆରମ୍ଭ ପାଇଁ ପୂର୍ବତନ ବିଧାୟକଙ୍କ ଦାବିକୁ ଜିଲ୍ଲା ପ୍ରଶାସନ ପ୍ରଥମେ ଅଗ୍ରାହ୍ୟ କରିଦେଇଥିଲା । ତେବେ ପୂର୍ବତନ ବିଧାୟକଙ୍କ ରୋଗ ଜ୍ଵାଳାରେ ତାଟିଆ କାମୁଡା ନୀତିକୁ ତୀବ୍ର ସାମାଲୋଚନା କରିଛି ସଦର ଭାଜପା । ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ ପ୍ରକଳ୍ପଗୁଡିକରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିଥିଲା । ନିୟମ ଅନୁଯାୟୀ ପଞ୍ଚାୟତ ପୌରାଞ୍ଚଳସ୍ତରରେ ନିର୍ବାଚିତ ଜନପ୍ରତିନିଙ୍କ ପ୍ରସ୍ତାବିତ ତଥା ଅନୁମୋଦିତ ପ୍ରକଳ୍ପ କାର୍ଯ୍ୟ ମଞ୍ଜୁର ହେବା କଥା । ମାତ୍ର ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଠିକ୍ ନିର୍ବାଚନ ପୂର୍ବରୁ କେବଳ ଦଳୀୟ କର୍ମୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ଅନାବଶ୍ୟକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲା । ସରକାରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ କମିଟିର କୌଣସି ସ୍ଥିତି ନଥିବା ବେଳେ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ ବିଜଦ କର୍ମୀଙ୍କୁ ଅନୌପୋଚାରିକ କାର୍ଯ୍ୟାଦେଶ ଦିଆଯାଇଥିଲା । ବାସ୍ତବ ପକ୍ଷେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ପାଇଁ କୌଣସି ସ୍ବତନ୍ତ୍ର ଅନୁଦାନ ଆସିନଥିବାରୁ ବ୍ଳକ କର୍ତ୍ତୃପକ୍ଷ ପ୍ରକଳ୍ପ ଶେଷ ବୋଲି ଦେଖାଯାଇଥିବା କାର୍ଯ୍ୟ ବିଲ୍ ପଇଠ କରିପାରିନଥିଲେ । ବିଜଦ କର୍ମୀ ଭାବିଥିଲେ ପୁଣିଥରେ ଦଳର ସରକାର ଗଠନ ପରେ ସମସ୍ତ ଅର୍ଥ ପାଇଯିବେ । ମାତ୍ର ସେମାନଙ୍କ ଦୁର୍ଭାଗ୍ୟ ଯେ, ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହୋଇଥିଲା । ପରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ପରିଲକ୍ଷିତ ହୋଇଥିଲା । ଏପରିକି ଗୋଟିଏ କାର୍ଯ୍ୟକୁ ବିଭିନ୍ନ ଯୋଜନାରେ ବାରମ୍ବାର ସାମିଲ ମାଧ୍ୟମରେ ବ୍ୟାପକ ଆର୍ଥକ ଅନିୟମିତତା ନେଇ ଯୋଜନା ହୋଇଥିଲା । ଭାଜପା ସରକାର କ୍ଷମତାକୁ ଆସିବା ପରେ ସମଗ୍ର ରାଜ୍ୟରେ ଏହି ଭଳି ଅନିୟମିତା ଅଭିଯୋଗ ଉପରେ ସଠିକ୍ ତଦନ୍ତ ସହ ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । Post navigation IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୧୧ଜଣ IAS ଙ୍କୁ ନୂଆ ଦାୟିତ୍ୱ ଓଡିଶା ପର୍ବ – ୨୦୨୪ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି