ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଜେପିର ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଏକ ନୂଆ ଓଡ଼ିଶା ଗଠନର ଦାୟିତ୍ୱ ଆମମାନଙ୍କୁ ମିଳିଛି। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ମଧ୍ୟ ଆମକୁ ସଂକଳ୍ପ ନେବାକୁ ପଡ଼ିବ।

ଏଥିସହ ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥାଏ, ଦୋଷୀକୁ ଦଣ୍ଡ ବିଧାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାତାଳରେ ଥିଲେ ବି ଦୋଷୀଙ୍କୁ ଖୋଜି ବାହାର କରି ଦଣ୍ଡବିଧାନ କରାଯିବ। ସେହିପରି ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ ଭାଉଚର ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆମକୁ ଐତିହାସିକ ବିଜୟ ମିଳିଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଛି। ଯେଉଁମାନଙ୍କ ବଳିଦାନ ପାଇଁ ଏହା ସମ୍ଭବ ହୋଇଛି, ସେମାନଙ୍କୁ ମୁଁ ଶ୍ରେୟ ଦେଉଛି।

Leave a Reply

Your email address will not be published. Required fields are marked *