ବାଲେଶ୍ବର ସ୍ଥିତ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ନେଇ ଘଟଣାରେ ଆଜି ସନ୍ଧ୍ୟା ସୁଦ୍ଧା ନିଆଯିବ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଏହି ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଫେରିବା ପରେ ନିଷ୍ପତ୍ତି ନିଆଯିବ । ଘଟଣା ପଛରେ ଯିଏ ବି ଥିବେ କାର୍ଯ୍ୟାନୁଷ୍ଠାନ ହେବ । କେବଳ ପ୍ରିନ୍ସିପାଲ, ଏଚଓଡି ନୁହଁନ୍ତି ଅନ୍ୟମାନେ ତଦନ୍ତ ପରିସରଭୁକ୍ତ ହେବେ । ତଦନ୍ତ ପରିସରକୁ ଆହୁରି ବ୍ୟାପକ କରାଯିବ । ଘଟଣାରେ ସମ୍ପୃକ୍ତ କେହି ବର୍ତ୍ତିବେ ନାହିଁ । ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସମ୍ପୃକ୍ତ ଥିବା କାହାକୁ ଛଡ଼ାଯିବନି ।

ସୂଚନା ଯୋଗ୍ୟ; ଆଜି ଲୋକସେବା ଭବନରେ ବସିଥିବା ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜସ୍ବ ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆଲୋଚନା ହୋଇଥିଲା। ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ଦେବାକୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । ଏହା ସହ ଏଭଳି ଘଟଣା ପୁନରାବୃତ୍ତି ନ ହେଉ ସେନେଇ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *